LatestNewsPolitics

ହେବ ନାହିଁ ମେଣ୍ଚ,ଏକାକୀ ଲଢିବ ବିଜେପି : ମନମୋହନ ସାମଲ

ଭୁବନେଶ୍ବର(ସଂକେତ ଟିଭି) : ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ଲଢ଼ିବ । ବିଜେଡି ସହିତ କୌଣସି ମେଣ୍ଟ ହେବ ନାହିଁ । ରାଜ୍ୟ ବିଜେପି ସଭାପତି ମନ‌ମୋହନ ସାମଲ ଏହି ସୂଚନା ଦେଇଛନ୍ତି ।

ସେ ନୂଆଦିଲ୍ଲୀରୁ ଫେରିଲା ପରେ ଭୁବନେଶ୍ବରରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ଲଢ଼ିବ ବୋଲି ପୁଣି ଦୋହରାଇଛନ୍ତି। ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ବିଜେପି କିଭଳି ସରକାର ଗଢ଼ିବ, ସେଥି ନେଇ କେନ୍ଦ୍ରୀୟ ନେତାଙ୍କ ସହିତ ଆଲୋଚନା ହୋଇଛି।

ଆଗାମୀ ଲୋକସଭା ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଓଡ଼ିଶାରେ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେପି ରାଜ୍ୟ ସଭାପତିଙ୍କ ଏହି ସୂଚନା ସେଥିରେ ବିରାମ ଲଗାଇଛି।