FeaturedLatestNewsPolitics

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ କଲ୍‌ରେ ଲୋକମାନଙ୍କ ନିକଟରୁ ସେମାନଙ୍କ ଅଞ୍ଚଳରେ ହେଉଥିବା ଉନ୍ନୟନମୂଳକ କାମର ଅପଡେଟ ନେଇଛନ୍ତି।

ସେ ପୁରୀ ଅଞ୍ଚଳର ସ୍ବର୍ଣ୍ଣଲତା ବିଶୋୟୀ, ସମ୍ବଲପୁରର ଆରତୀ ନାୟକ, ଖୋର୍ଦ୍ଧା ଅଞ୍ଚଳର ପ୍ରକାଶ ହାତୀଙ୍କ ସହ କଥା ହୋଇଛନ୍ତି । ନିର୍ବାଚନ ସମୟରେ ଲୋକଙ୍କ ପାଇଁ ହେଉଥିବା ବିକାଶମୂଳକ କାମ ଯେପରି ଅଧାରୁ ବନ୍ଦ ନ ହୁଏ ସେ ନେଇ ମୁଖ୍ୟମନ୍ତ୍ରୀ ଅପଡେଟ୍‌ ନେଇଛନ୍ତି। ଏହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କରିଛନ୍ତି । ଭିଡିଓରେ ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପ ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ରହିଛି। ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ସେ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ ଖୁସି ନଜର ଆସୁଛନ୍ତି।

ଗତକିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଭଏସ୍‌ କଲ୍‌ରେ ଲୋକମାନଙ୍କୁ ନିଜ ଅଞ୍ଚଳରେ ହେଉଥିବା ବିକାଶମୂଳକ କାମ ବିଷୟରେ ପଚାରି ବୁଝୁଥିବା ବେଳେ ଆଜି ଭିଡିଓ କଲରେ ଲୋକମାନଙ୍କ ନିକଟରୁ ସେମାନଙ୍କ ଅଞ୍ଚଳରେ ହେଉଥିବା ଉନ୍ନୟନମୂଳକ କାମର ଅପଡେଟ୍‌ ନେଇଛନ୍ତି।