EducationFeaturedLatestNews

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଖୋର୍ଦ୍ଧାରେ ପାସ୍ ହାର ସର୍ବାଧିକ

କଟକ (ସଂକେତ ଟିଭି) : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୯୬.୦୭ % ରହିଛି । ପୁଅଙ୍କ ତୁଳନାରେ ଝିଅ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯% ରହିଛି ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ। ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮% ରହିଛି। କଟକରେ ପାସ୍ ହାର ୯୭.୫୮% ରହିଥିବା ବେଳେ ଜଗତସିଂହପୁରରେ ୯୭.୬୦, କେନ୍ଦ୍ରାପଡ଼ାରେ ୯୫.୭୭, ଯାଜପୁରରେ ୯୫.୯୨, ଅନୁଗୋଳରେ ୯୬.୬୩, ଢେଙ୍କାନାଳରେ ୯୫.୧୨, ପୁରୀରେ ୯୬.୭୬, ନୟାଗଡ଼ରେ ୯୬.୨୩, ବାଲେଶ୍ୱରରେ ୯୬.୧, ଭଦ୍ରକରେ ୯୬.୭୩, କେନ୍ଦୁଝରରେ ୯୪.୮, ମୟୂରଭଞ୍ଜରେ ୯୫.୭, ଗଜପତିରେ ୯୭.୦୮, ଗଞ୍ଜାମରେ ୯୭.୦୬, ବୌଦ୍ଧରେ ୯୫.୪୯, କନ୍ଧମାଳରେ ୯୬.୬୦, କଳାହାଣ୍ଡିରେ ୯୫.୮୬, ନୂଆପଡ଼ାରେ ୯୩.୯୧, ବରଗଡ଼ରେ ୯୭.୬୪, ସମ୍ବଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧, ଝାରସୁଗୁଡ଼ାରେ ୯୭.୨୮, ବଲାଙ୍ଗିରରେ ୯୪.୩୯, ସୁବର୍ଣ୍ଣପୁରରେ ୯୭.୧୧, ସୁନ୍ଦରଗଡ଼ରେ ୯୭.୨୪, କୋରାପୁଟରେ ୯୪.୮୨, ମାଲକାନଗିରିରେ ୯୫.୦୪, ନବରଙ୍ଗପୁରରେ ୯୪.୮୮ ଓ ରାୟଗଡ଼ାରେ ପାସ୍ ହାର ୯୬.୧୬% ରହିଛି।

ଫଳ ପ୍ରକାଶନର ଏକଘଣ୍ଟା ମଧ୍ଯରେ www.bseodisha.ac.in ସାଇଟରେ ଉପଲବ୍ଧ ହୋଇଛି। ଇଣ୍ଟରନେଟ୍ ସମସ୍ୟା ଥିବା ଅଞ୍ଚଳର OR-୧୦-ରୋଲ ନାମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ। ରି ଚେକିଙ୍ଗ ପାଇଁ ମେ ୨୯ ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି । ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉସିଲରଙ୍କୁ ନେଇ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।