LatestNewsPolitics

ନିର୍ବାଚନ ପରେ ପୁଣି ଏକାଠି ହେବେ ବିଜେପି-ବିଜେଡି; ଖଡଗେ

ଭୁବ‌ନେଶ୍ବର(ସଂକେତ ଟିଭି): ବିଜେପି ଯାହା ଚାହୁଁଥିଲା ବିଜେଡି ତାକୁ ସମର୍ଥନ କରୁଥିଲା। ନିର୍ବାଚନ ଆସିଲା ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି। ନିର୍ବାଚନ ପରେ ପୁଣି ଏକାଠି ହୋଇଯିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ବାଲେଶ୍ବରରେ ନିର୍ବାଚନ ପ୍ରଚାର ସମୟରେ ଏହା କହିଛନ୍ତି ।

ସେ କହିଛନ୍ତି, ଲୋକ ପଚାରୁଛନ୍ତି ବିଜେପିକୁ ଆମେ ହରାଇପାରିବା ତ? ବିଜେପିକୁ ଯଦି ନ ହଟାଇବା ତେବେ ସମ୍ବିଧାନ ବିପଦରେ, ଲୋକକନ୍ତ୍ର ବି ବିପଦରେ ରହିବ। ଯଦି ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିବ ତେବେ ଆମ ଭବିଷ୍ୟତ ବି ବିପଦରେ ରହିବ। ସେମାନଙ୍କୁ ହଟାଇବା ଜରୁରୀ।

ସେ କହିଛନ୍ତି ଯେ ଦେଶରେ ଗରିବ ଏତେ ମାତ୍ରାରେ ବଢୁଛି ଯେ ଲୋକ ଚିନ୍ତାରେ ଅଛନ୍ତି। ସେପଟେ ଯୁବକଙ୍କୁ ଚାକିରି ନାହିଁ, ସେମାନେ ବି ଚିନ୍ତାରେ। ମୋଦୀ ଜୀଙ୍କୁ ଏହାର ଚିନ୍ତା ନାହିଁ। ଦେଶକୁ ବଞ୍ଚାଇବା ଆମର ଏକମାତ୍ର ଚିନ୍ତା। ଗରିବଙ୍କୁ ଯେଉଁ ସଂରକ୍ଷଣ ମିଳିଛି ତାକୁ ଶେଷ କରିବାକୁ ମୋଦୀ ସରକାର ଲାଗିଛି। ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଥିଲେ। ଆମେ ପୁଞ୍ଚିପତିଙ୍କ ସପକ୍ଷରେ ନାହୁଁ। ଗରିବଙ୍କ ସପକ୍ଷରେ ଆମେ ଅଛୁ । ସେଥିପାଇଁ ବିଜେପି ଆମକୁ ସହିପାରୁନି ବୋଲି ଖଡଗେ କହିଛନ୍ତି।