FeaturedGeneralLatest

କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ (ସଂକେତ ଟିଭି) : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ କହିଛି ଯେ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଚଳିତ ବର୍ଷ ମେ ୩୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ।

କେରଳର କୋଟାୟାମ ଜିଲ୍ଲାର ଅନେକ ସ୍ଥାନରେ ପ୍ରଥମ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ବେଳେ ଆଜି ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗକୁ ଛୁଇଁବ। ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଏବଂ ଆସାମରେ ସାଧାରଣ ମୌସୁମୀ ଜୁନରେ ଆରମ୍ଭ ହେବ। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି ।