FeaturedViral Video

ଆକାଶରେ ଜଳିଗଲା ବିମାନର ଇଂଜିନ୍, ଅଳ୍ପକେ ବର୍ତ୍ତିଲେ ୨୪୦ ଯାତ୍ରୀ ( ଦେଖନ୍ତୁ ଭିଡିଓ)

ଡେନଭର,୨୧/୦୨: ଉଡନ୍ତା ଅବସ୍ଥାରେ ଜଳିଗଲା ବିମାନର ଗୋଟିଏ ଅଂଶ । ଅଳ୍ପକେ ବର୍ତ୍ତିଲେ ୨୪୦ ଯାତ୍ରୀ । ଏହି ବିମାନର ଅଂଶ ଜଳୁଥିବାର ଦୃଶ୍ଯ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁସାରେ, ଶନିବାର ଦିନ ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣର କିଛି ସମୟ ପରେ ହନୋଲୁଲୁ ଅଭିମୁଖେ ଯାଉଥିବା ୟୁନାଇଟେଡ୍ ଏୟାରଲାଇନ୍ସର ବୋଇଂ ବିମାନ ଇଞ୍ଜିନ ହଠାତ ଅଚଳ ହୋଇ ପଡିଥିଲା । ଏହି ଫଳରେ ବିମାନର କିଛି ଅଂଶ ଭାଙ୍ଗି ତଳକୁ ଖସି ପଡିଥିଲା ଓ ବୃମଫିଲଡ୍ ଜନବସତି ଅଂଚଳରେ ପଡିଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିମାନଟି ସୁରକ୍ଷିତ ଭାବେ ଡେନଭର ବିମାନ ବନ୍ଦରକୁ ଫେରି ଆସିବାରେ ସଫଳ ହୋଇଥିଲା। ଏହି ଘଟଣାରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି। ସେପଟେ ବିମାନରେ ଥିବା ସମସ୍ତ କର୍ମଚାରୀ, ପାଇଲଟ୍ ଏବଂ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେହି ୟୁନାଇଟେଡ୍ ଫ୍ଲାଇଟ୍ ୩୨୮ ପ୍ରାୟ ୧.୩୦ ମିନିଟ ସମୟରେ ବିମାନବନ୍ଦରକୁ ନିରାପଦରେ ଫେରିଥିଲା। ନେସନାଲ ଟ୍ରେନସପୋର୍ଟେସନ ସେଫଟି ବୋର୍ଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବିମାନ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ଏହି ଏକ ବିରଳ ଘଟଣା । ବିମାନର ଡେଣାରେ ଥିବା ଇଂଜିନରେ ଯାନ୍ତ୍ରୀକ ତୃଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି । ( ଦେଖନ୍ତୁ ବିମାନର ଅଂଶ ଜଳୁଥିବା ଭିଡିଓ)