CulturalLatest

୧୧୦ ଦିନରେ ୬ ହଜାର କି.ମି ଦୌଡ଼ିଲେ ସୁଫିୟା ଖାନ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) କୁହାଯାଏ ଦୃଢ ମନୋବଳ ରହିଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରିହେବ । ଆଉ ଏମିତି କରି ଦେଖାଇଛନ୍ତି ଅଲ୍ଟ୍ରା ରନର୍ ସୁଫିୟା ଖାନ୍ । ସୁଫିୟା ଗିନିଜ୍ ୱର୍ଲ୍ଡ ରେକର୍ଡରେ ନିଜ ନାଁ କରିଛନ୍ତି ଏବଂ ଏହା ସାବ୍ୟସ୍ତ କରିଛନ୍ତି ଯେ ମହିଳାମାନେ ମଧ୍ୟ ପୁରୁଷଙ୍କଠାରୁ କମ୍ ନୁହଁନ୍ତି । ‘ରନ୍ ଫର୍ ହୋପ୍‌’ରେ ଦୌଡୁଥିବା ସୁଫିୟା ଏପର୍ଯ୍ୟନ୍ତ ଅନେକ କୀର୍ତ୍ତିମାନ ନିଜ ନାଁରେ କରିସାରିଛନ୍ତି ।

ସୁଫିୟା ଖାନ୍‌ ‘ସ୍ୱର୍ଣ୍ଣିମ ଚତୁର୍ଭୁଜ’ରେ ୧୦୦୨ କିମିର ଦୂରତା ୧୧୦ ଦିନ, ୨୩ ଘଣ୍ଟା ଏବଂ ୨୪ ମିନିଟରେ ପୁରା କରି ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି । ସ୍ୱର୍ଣ୍ଣିମ ଚତୁର୍ଭୁଜ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇକୁ ଯୋଡୁଥିବା ରାଜମାର୍ଗ ନେଟୱର୍କକୁ କୁହାଯାଏ । ସୁଫିୟା ଖାନ୍ ୧୬ ଡିସେମ୍ବର ୨୦୨୦ରେ ରାଜଧାନୀ ଦିଲ୍ଲୀରୁ ଦୌଡିବା ଆରମ୍ଭ କରିଥିଲେ । ୬ ଏପ୍ରିଲରେ ଏହା ସମାପ୍ତ ହୋଇଥିଲା । ୩୫ ବର୍ଷୀୟା ଏହି ଆଥଲେଟ୍ ନିଜ ଦୃଢ ସଙ୍କଳ୍ପ ବଳରେ ଏହି ଯାତ୍ରା ପୁରା କରିପାରିଥିଲେ । ସୁଫିୟା କୁହନ୍ତି କି ସେ କେବେ ବି ହାର୍ ମାନିନାହାଁନ୍ତି ।

ସେ ଏହା ମଧ୍ୟ କୁହନ୍ତି ଯେ ଗିନିଜ୍ ୱର୍ଲ୍ଡ ରେକର୍ଡ୍ସ ବନାଇବା ପାଇଁ ଏହି ଦୌଡରେ ତାଙ୍କୁ ଅନେକ ପ୍ରକାର ଆଘାତ ମଧ୍ୟ ଆସିଛି । କିନ୍ତୁ ଏହା ସତ୍ତ୍ୱେ ସେ ନିଜ ଲକ୍ଷ୍ୟକୁ ଫୋକସ୍ କରିଥିଲେ । ତାଙ୍କୁ ତାଙ୍କ ସ୍ୱାମୀ ସବୁବେଳେ ସପୋର୍ଟ କରିଆସିଥିବା ମଧ୍ୟ କୁହନ୍ତି ସୁଫିୟା । ତାଙ୍କୁ ଇଣ୍ଡିଆନ୍ ଗୋଲ୍ଡେନ୍‌ କ୍ୱାଡ୍ରିଲାଟ୍ରେଲ୍ ରୋଡରେ ସବୁଠାରୁ ସ୍ପିଡ୍ ଦୌଡିଥିବା ମହିଳା ରୂପେ ପ୍ରମାଣିତ କରାଯାଇଛି । ୨୭ ମାର୍ଚ୍ଚ ୨୦୨୨ରେ ତାଙ୍କୁ ଗିନିଜ୍ ୱର୍ଲ୍ଡ ରେକର୍ଡର ସାର୍ଟିଫିକେଟ୍ ମିଳିବା ପରେ ବିଶ୍ୱକୁ ସୁଫିୟା ଖାନଙ୍କ ଏହି ଉପଲବ୍ଧି ସମ୍ପର୍କରେ ଜଣାପଡିଥିଲା ।

୨୦୧୭ରେ ସୁଫିୟା ମାରାଥନ୍ ଦୌଡିବା ଆରମ୍ଭ କରିଥିଲେ । ଏହାର ଠିକ୍ ୨ ବର୍ଷ ପରେ ସେ ଅଲ୍ଟ୍ରା-ଡିଷ୍ଟାନ୍ସ ରନିଂ ଆରମ୍ଭ କଲେ । ସୁଫିୟା କୁହନ୍ତି କି ‘ଅଲ୍ଟ୍ରା ଡିଷ୍ଟାନ୍ସ ରନିଂ ପାଇଁ ମୁଁ ନିଜ ଚାକିରୀ ଛାଡିଥିଲି । ଚାକିରୀ ଛାଡିବା ପରେ ମୁଁ ଫୁଲ୍‌-ଟାଇମ୍ ଅଲ୍ଟ୍ରା ରନିଂ କରିବା ପାଇଁ ନିଷ୍ପତ୍ତି ନେଲି ।’ କହିରଖୁଛୁ ଏହା ପୂର୍ବରୁ ସୁଫିୟା ନିଜ ‘ମିଶନ ହୋପ୍‌’ ପାଇଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ ପୁରା କରିଥିଲେ ।