FeaturedLatestSports

ରବି ବିଷ୍ଣୋଇ ହେଲେ ବିଶ୍ବର ନମ୍ବର ୧ ଟି-୨୦ ବୋଲର୍

ନୂଆଦିଲ୍ଲୀ (ସଂକେତ ଟିଭି): ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ଜାରି ସଦ୍ୟତମ ଟି-୨୦ ବୋଲିଂ ମାନ୍ୟତାରେ ଭାରତୀୟ ଦଳର ଯୁବ ଲେଗ୍ ସ୍ପିନର ରବି ବିଷ୍ଣୋଇ ଶୀର୍ଷକୁ ଉଠିଛନ୍ତି । ଆଫଗାନିସ୍ତାନର ତାରକା ସ୍ପିନର ରଶିଦ ଖାନଙ୍କୁ ସେ ପଛରେ ପକାଇ ଦେଇଛନ୍ତି।

ନିକଟରେ ଶେଷ ହୋଇଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ। ସେ ପାଞ୍ଚଟି ମ୍ୟାଚରେ ୯ ୱିକେଟ୍ ନେଇଥିଲେ। ଗତ ସପ୍ତାହରେ ବିଷ୍ଣୋଇ ୬୬୫ ରେଟିଂ ପଏଣ୍ଟ ସହ ର଼୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ରହିଥିଲେ। ୨୦୨୨ ଫେବୃଆରୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପାଦ ରଖିଥିଲେ ବିଷ୍ଣୋଇ। ଏବେ ସୁଦ୍ଧା ୨୨ଟି ଟି-୨୦ ମ୍ୟାଚ୍‌ରେ ୩୪ଟି ଓ୍ୱିକେଟ୍‌ ନେଇଛନ୍ତି।

କିନ୍ତୁ ବର୍ତ୍ତମାନ ତାଙ୍କର ୬୯୯ ପଏଣ୍ଟ ରହିଛି, ଯାହାକି ରସିଦ ଖାନଙ୍କଠାରୁ ସାତ ପଏଣ୍ଟ ଅଧିକ। ଏହା ସହିତ ସୁର୍ଯ୍ୟକୁମାର ଯାଦବ ନମ୍ବର ଓ୍ୱାନ୍‌ ଟି-୨୦ ବ୍ୟାଟ୍ସମ୍ୟାନ୍ ର ମାନ୍ୟତା ପାଇଛନ୍ତି ।