FeaturedLatestNews

ଫରେଷ୍ଟ ଗାର୍ଡ ଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ

ବାରିପଦା (ସଂକେତ ଟିଭି) : ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବନାଞ୍ଚଳ ଅଧୀନରେ ଥିବା ଯୋକା ବିଟ ଅନ୍ତର୍ଗତ ପାକଟିଆ ଜଙ୍ଗଲରେ ଗଛ କଟାକୁ କେନ୍ଦ୍ର କରି ମାରପିଟ ଲାଗିଛନ୍ତି ଫରେଷ୍ଟ ଗାର୍ଡ ଓ ସ୍ଥାନୀୟ ଗ୍ରାମବାସୀ । ଫଳରେ ଅଭାବନୀୟ ସ୍ଥିତି ଉପୁଜିଛି । ବାଙ୍ଗିରିପୋଷି ରେଞ୍ଜ ର , ଯୋକା ବିଟରେ କାର୍ଯ୍ୟରତ ବୁଧୁରାମ ସିଂ ନାମକ ବନ କର୍ମଚାରୀ ଜଙ୍ଗଲ ରୁ ଶାଳ ଗଛ କାଟୁଥିବା ବେଳେ ଖବର ପାଇ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚିଥିଲେ ।

ଗଛ କଣ ପାଇଁ କାଟୁଛ କହି ଗ୍ରାମବାସୀ ବିରୋଧ କରିବାରୁ ଫରେଷ୍ଟ ଗାର୍ଡ ସେମାନଙ୍କୁ କୁଆଡେ ଧମକ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଗଛ ଆମେ ରଖିଛୁ କାହିଁକି କାଟୁଛନ୍ତି ସେ ଆମର ଛୁଆ ଭଳି କହି ବିରୋଧ କରିଥିଲେ ।
ତେବେ ବୁଧୁରାମ କଥାକୁ ଏଡାଇ ଯୁକ୍ତି କରିବାରୁ ପରସ୍ପର ଭିତରେ ଧସ୍ତାଧସ୍ତି ହୋଇ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା ।

ଅନ୍ୟପକ୍ଷେ ବନ ବିଭାଗ ରେଞ୍ଜର ପକ୍ଷରୁ କହିଛନ୍ତି ଗ୍ରାମବାସୀ ମାନେ ଗଛ କାଟୁଥିବା ଖବର ପାଇଁ କର୍ମଚାରୀ ମାନେ ଯାଇଥିଲେ । ସେଠାରେ ବନ କର୍ମଚାରୀ ମାନଙ୍କୁ ପ୍ରବଳ ବିରୋଧ କରିବା ସହ ଗ୍ରାମବାସୀ ବନ କର୍ମଚାରୀ ମାନଙ୍କୁ ମାଡ ମାରିଥିଲେ । ତେବେ ଶେଷ ଖବର ସୁଦ୍ଧା ଥାନାରେ ଏଥିନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ଏବିଷୟରେ ତଦନ୍ତ କରିବେ ଏବଂ ନିୟମ ଅନୁସାରେ ପୋଲିସ ପାଖରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ରେଞ୍ଜ ଅଧିକାରୀ ମହେଶ୍ୱର ସିଂ କହିଛନ୍ତି ।