CrimeFeaturedLatestNews

ଲାଞ୍ଚ ନେବା ବେଲେ ଭିଜିଲାନ୍ସ ହାତରେ ଧରାପଡିଲେ ଦେଓଗାଁ ବିଆରସି

ବଲାଙ୍ଗୀର (ସଂକେତ ଟିଭି): ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ କାର୍ଯ୍ଯରତ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଜଣେ ଅଣ ଓଡିଆ ଠିକାଦାର ଦେଓଗାଁ ବ୍ଳକରେ ପରିମଳ ବିଭାଗରେ ଠିକାକାମ କରୁଛନ୍ତି। ତାଙ୍କର କିଛି ବିଲ ବାକି ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ। ହେଲେ ବିଆରସି ବିଲ ପାସ କରାଇବାକୁ ଲାଞ୍ଚ ମାଗିଥିଲେ। ଏହାପରେ ଠିକାଦାର ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ଦିନ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ମଧୁସୁଦନ ପଟେଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ବିଆରସିଙ୍କ ଦୁଇଟି ସ୍ଥାନରେ ଚଢାଉ କରିଛନ୍ତି ।