FeaturedGeneralLatestPolitics

କଂଗ୍ରେସରେ ଯୋଗଦେଲେ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂ

ନୂଆଦିଲ୍ଲୀ (ସଂକେତ ଟିଭି) : ହରିୟାଣାର ବିଜେପି ଲୋକ ସଭା ଏମ୍‌ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଥିଲେ । ଓ ପରେ ସେ କଂଗ୍ରେସରେ ଯୋଗଦେଇଛନ୍ତି।

କେବଳ ଏତିକି ନୁହେଁ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ସେ ରବିବାର ଭାଜପାର ପ୍ରାଥମିକ ସଦସ୍ୟାତାରୁ ଇସ୍ତଫା ଦେଇଥିଲେ।

ଏହାପୂର୍ବରୁ ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ରାଜନୈତିକ କାରଣରୁ ମୁଁ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ମୋତେ ହିସାରରୁ ସଂସଦ ସଦସ୍ୟ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମୁଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଉଛି। ଅନେକ ଦିନ ଧରି ବିଜେପିରୁ ଇସ୍ତଫା ଦେବା ନେଇ ଆଲୋଚନା ଚାଲିଥିଲା।

କଂଗ୍ରେସରେ ଯୋଗଦେବା ପରେ ବ୍ରିଜେନ୍ଦ୍ର ସିଂ କହିଛନ୍ତି, ‘ଆଜି ମୁଁ ବିଜେପିରୁ ଇସ୍ତଫା ଦେଉଛି ଏବଂ କଂଗ୍ରେସରେ ଯୋଗ ଦେଉଛି। ମୁଁ ମଲ୍ଲିକାର୍ଜୁନ ଖା‌‌‌ର୍ଗେ, ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ନେତାମାନଙ୍କୁ ଧନ୍ୟବାଦ ଦେଉଛି। କିଛି ରାଜନୈତିକ କାରଣ ଦୀର୍ଘ ସମୟ ଧରି ଚାଲିଥିଲା ​​ଯେଉଁଥିରେ ଅସନ୍ତୋଷ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଏଥିରେ ମୁଖ୍ୟତଃ ମତ ପ୍ରସଙ୍ଗରେ ମୁଁ ବିଜେପି ସହିତ ସହମତ ନ ଥିଲି, ଯେଉଁଥିପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି।

ଚୌଧୁରୀ ବିରେନ୍ଦ୍ରଙ୍କ ପରିବାର ମଧ୍ୟ ଜେଜେପି ମେଣ୍ଟକୁ ନେଇ ବିଜେପି ଉପରେ ଖପ୍ପା ହୋଇଥିଲା। ସୂଚନାନୁସାରେ , ଲୋକସଭା ନିର୍ବାଚନ ୨୦୨୪ରେ ତାଙ୍କୁ ଟିକେଟ୍ ନମିଳିବାର ସମ୍ଭାବନା ଥିବାରୁ ବ୍ରିଜେନ୍ଦ୍ର ସିଂ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ହରିୟାଣାର ୬ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଛି । ତେଣୁ ନିର୍ବାଚନ ଟିକେଟ୍ ନ ପାଇବାରୁ ବ୍ରିଜେନ୍ଦ୍ର ସିଂ ବିଜେପି ଛାଡିଛନ୍ତି। ସେପଟେ କିନ୍ତୁ ଭେଟେରାନ କଂଗ୍ରେସ ନେତାମାନେ ତାଙ୍କୁ ନିର୍ବାଚନ ଟିକେଟ ପାଇବାକୁ ପ୍ରତିଶୃତି ଦେଇଛନ୍ତି।