FeaturedLatestNewsPolitics

ପର୍ଶୁରାମ ଧଡ୍ଡାଙ୍କୁ ସୋରରେ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର (ସଂକେତ ଟିଭି) : ବିଜେପି ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କରି ପର୍ଶୁରାମ ଧଡ୍ଡା ପ୍ରାର୍ଥୀ କରିଛି । ସୋର ବିଧାୟକ ପର୍ଶୁରାମ ଧଡ୍ଡା କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସୋରରେ ଆଗରୁ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା ।

ବିଜେପି ଦଳୀୟ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସଙ୍କ ନାଁ ଘୋଷଣା କରିବାର ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ବିତିବା ପରେ ବି ସେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିଲେନି। ଅନ୍ୟପକ୍ଷରେ ଦଳୀୟ କର୍ମକର୍ତ୍ତା ପ୍ରାର୍ଥୀ ପରିବର୍ତ୍ତନ ଦାବିକୁ ଜୋରଦାର କରିଥିଲେ ।