FeaturedLatestNews

ଲଞ୍ଚ ହେଲା ‘ମୋ ବୁଥ୍’ ଆପ୍, ଜାଣିପାରିବେ କେଉଁଠି ଦେବେ ଭୋଟ୍‌

ଭୁବନେଶ୍ୱର (ସଂକେତ ଟିଭି): ଓଡିଶାର ନିର୍ବାଚନ ଅଧିକାରୀ ମୋ ବୁଥ ଆପ୍‌ ଉନ୍ମୋଚନ କରିଛନ୍ତି । ଏହି ଆପ ଏବଂ ୱେବସାଇଟରୁ ଭୋଟରମାନେ ବୁଥ ସମ୍ପର୍କରେ ଜାଣି ପାରିବେ । ସେମାନେ ଗୁଗୁଲ ମ୍ୟାପ ଜରିଆରେ କେଉଁଠି ଭୋଟ ଦେବେ ଏବଂ ନିକଟରେ କେଉଁଠି ପୋଲିଂ ବୁଠ୍ରଛି ଜାଣି ପାରିବେ। ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଖୋର୍ଦ୍ଧା ଜିଲା ଭୋଟରଙ୍କ ପାଇଁ ଏହି ପୋର୍ଟାଲ ଉପଲବ୍ଧ ହୋଇଛି ।

ଏହି ମୋବାଇଲ୍‌ ଆପ୍‌ ଭୋଟରମାନଙ୍କ ନିମନ୍ତେ ଉପଲବ୍ଧ ହେବ। ଏହି ଆପ୍‌ ମାଧ୍ୟମରେ ମତଦାତାମାନେ ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇପାରିବେ। ଏହି ଆପ୍‌ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ ମତଦାନ ନିମନ୍ତେ କେତେ ଜଣ ମତଦାତା ଉପସ୍ଥିତ ଅଛନ୍ତି ତାହା ଜାଣିପାରିବେ ।

ଏହି ଆପରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ କେତେଜଣ ଭୋଟର ଉପସ୍ଥିତ ଅଛନ୍ତି ଏହା ସଂପର୍କରେ ତଥ୍ୟ ଦେବେ, ଯାହା ଉଭୟ ଭୋଟର ଏବଂ ଅଧିକାରୀମାନଙ୍କ ନିମନ୍ତେ ଉପଲବ୍ଧ ରହିବ ।

ଏହି ଆପ୍‌ ମାଧ୍ୟମରେ ସେକ୍ଟର ଅଧିକାରୀମାନେ ନିମ୍ନ ସୂଚନା ଉପଲବ୍ଧ କରାଇବେ, ଯାହା ଦ୍ୱାରା ସଂପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାରେ ସହାୟକ ହେବ ।
୧. ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସୂଚନା
୨. ମକ୍‌ ପୋଲ୍‌ ଏବଂ ମତଦାନର ସଦ୍ୟତନ ସ୍ଥିତି
୩. ମତଦାନ ପ୍ରକ୍ରିୟା ଶେଷ ଏବଂ ବୁଥ୍‌ରୁ ପୋଲିଂ ପାର୍ଟିର ପ୍ରସ୍ଥାନ ।

ଏତଦ୍‌ବ୍ୟତୀତ ସେକ୍ଟର ଅଧିକାରୀମାନେ ନିମ୍ନ ସୂଚନା ମଧ୍ୟ ଏହି ଆପ୍‌ରେ ଉପଲବ୍ଧ କରାଇପାରିବେ ।
୧. ଆଇନଶୃଙ୍ଖଳା
୨. ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି (ବିଧାନସଭା କ୍ଷେତ୍ର)
୩. ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି (ସଂସଦୀୟ କ୍ଷେତ୍ର)

ଏଥିସହ ଉଭୟ ଜିଲ୍ଲାସ୍ତରୀୟ ଏବଂ ସେକ୍ଟର ଅଧିକାରୀମାନଙ୍କ ନିମନ୍ତେ ଏକ ସେଣ୍ଟ୍ରାଲ୍‌ ଡ୍ୟାସ୍‌ବୋର୍ଡ ଉପଲବ୍ଧ ରହିବ, ଯାହା ଦ୍ୱାରା ବିଭିନ୍ନ ତଥ୍ୟ ଗ୍ରହଣ ସହ ସମୀକ୍ଷା କରାଯାଇପାରିବ ।